ଆଜି ରାଜଧାନୀରୁ ପୁଣି ୨୨୯ କରୋନା ପଜିଟିଭ କେସ୍, ୩୦୮ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟ ରାଜଧାନୀରେ ପୁଣି ୨୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କରୋନାରୁ ୩୦୮ ଜଣ ସୁସ୍ଥ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୭ ଜଣ ସଂଗରୋଧ କେନ୍ଦ୍ରର ରହିଥିବା ବେଳେ ୧୮୨ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି।

ତେବେ ସଂଗରୋଧରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୮ ଜଣ, ଲକ୍ଷ୍ମୀସାଗର ଅଞ୍ଚଳରୁ ୭ ଜଣ ଏବଂ ପଟିଆ ଅଞ୍ଚଳରୁ ୪ ଜଣ ରହିଛନ୍ତି।

ସେହିପରି ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରେ ରସୁଲଗଡ଼ରୁ ୧୩ ଜଣ, ପଟିଆରୁ ୧୨ ଜଣ, ଚନ୍ଦ୍ରଶେଖରପୁର ଓ ହଁସପାଳରୁ ୯ ଜଣ ଲେଖାଏଁ, ଲକ୍ଷ୍ମୀସାଗର, ନୟାପଲ୍ଲୀ ଓ ପୁରୁଣା ବଜାର ଅଞ୍ଚଳରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି।

ମୋଟାମୋଟି ଭାବେ ଆଜି ସୁଦ୍ଧା ଭୁବନେଶ୍ୱରରୁ ୨୭ ହଜାର ୬୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୪ ହଜାର ୭୫୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୪୨ ଜଣଙ୍କ ପ୍ରାଣହାନି ହୋଇଛି। ୨ ହଜାର ୭୪୯ ଜଣ ବର୍ତ୍ତମାନ ଚିକିତ୍ସାଧୀ ରହିଛନ୍ତି।