ସୁସ୍ଥ ହେଲେ ଆଉ ୨୨୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ପାଇଁ ଖୁସି ଖବର। ଆଜି ରାଜ୍ୟରେ ଆଉ ୨୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୫ ହଜାର ୯୩୪କୁ ଛୁଇଁଛି।

ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ୯୧ ଜଣଥିବା ବେଳେ ଖୋର୍ଦ୍ଧାର ୨୯, ଗଜପତିର ୨୬, ଝାରସୁଗୁଡାର ୧୫, ବଲାଙ୍ଗିରର ୧୨, ଜଗତସିଂପୁରର ୧୧, ମୟୂରଭଞ୍ଜର ୧୧, ଯାଜପୁରର ୮, କେନ୍ଦ୍ରାପଡ଼ାର ୬ ଓ କେନ୍ଦୁଝରର ୫ଜଣ ରହିଛନ୍ତି। ସେହିପରି ସୁନ୍ଦରଗଡ଼ ଓ କଟକରୁ ୪ଜଣ ଲେଖାଏଁ, ଭଦ୍ରକ ଓ ନୟାଗଡ଼ରୁ ୩ଜଣ ଲେଖାଏଁ ଏବଂ ବରଗଡ଼ରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ ଆଜି ସକାଳେ ଚିହ୍ନଟ ୪୯୫ ଜଣ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୬୦୧କୁ ବୃଦ୍ଧି ପାଇଛି। କରୋନାରେ ୩୪ ଜଣଙ୍କ ମୃତ୍ୟୁ ଘଟିଛି।