ରାଜ୍ୟରେ ଆଉ ୨୨୮ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୨୨୮ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୩ଲକ୍ଷ ୩୮ହଜାର ୮୯୦ରେ ପହଂଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ନୂଆପଡ଼ାରୁ ସର୍ବାଧିକ ୪୦, ବରଗଡ଼ରୁ ୩୪, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ୨୬ ଲେଖାଏଁ, କଳାହାଣ୍ଡିରୁ ୨୨, କଟକରୁ ୧୬, ଅନୁଗୁଳରୁ ୯, ମୟୁରଭଞ୍ଜ ଓ ଗଞ୍ଜାମରୁ ୭ ଲେଖାଏଁ, ବାଲେଶ୍ୱର ଓ ଷ୍ଟେଟପୋଲରୁ ୬, ବଲାଙ୍ଗିର ଓ ଯାଜପୁରରୁ ୫ ଲେଖାଏଁ, ଢେଙ୍କାନାଳ, କେଉଁଝର, ନବରଙ୍ଗପୁର ଓ ରାୟଗଡ଼ାରୁ ୪ ଲେଖାଏଁ, ଝାରସୁଗୁଡ଼ା, ନୟାଗଡ଼ ଓ ପୁରୀରୁ ୨ ଲେଖାଏଁ ଓ ଜଗତସିଂହପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୪୫ହଜାର ୫୨୬ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୩ଲକ୍ଷ ୩୮ହଜାର ୮୯୦ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୯୨୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୪,୭୧୩ ଜଣ ଚିକିତ୍ସିତ ହେଉଛନ୍ତି।