ରାଜ୍ୟରେ ଆଉ ୨୨୫ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୩, ୩୨, ୩୩୧କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୨୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୩୧ଜଣ ଓ ସ୍ଥାନୀୟ ସଂକ୍ରମଣ ୯୪ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୨ହଜାର ୩୩୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୩୮, ବରଗଡ଼ ଓ ବଲାଙ୍ଗିରରୁ ୧୬ ଲେଖାଏଁ, ଅନୁଗୁଳ, ଝାରସୁଗୁଡ଼ା, ପୁରୀ, ସମ୍ବଲପୁର ଓ ଖୋର୍ଦ୍ଧାରୁ ୧୫ ଲେଖାଏଁ, ବାଲେଶ୍ୱରରୁ ୧୪, କେଉଁଝରରୁ ୧୧, ମୟୁରଭଞ୍ଜରୁ ୧୦, କଳାହାଣ୍ଡିରୁ ୬, ଯାଜପୁର, ଦେଓଗଡ଼ ଓ ନୂଆପଡ଼ା ଜିଲ୍ଲାରୁ ୫ଜଣ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୨ହଜାର ୩୩୧ ହୋଇଥିବାବେଳେ ୩ଲକ୍ଷ ୨୮ହଜାର ୨୭୧ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୮୯୪ ଜଣଙ୍କର ମୃତ୍ୟୁ ଘଟିଛି ଓ୨୧୧୩ଜଣ ଚିକିତ୍ସିତ ହେଉଛନ୍ତି।