ରାଜ୍ୟରେ ୨୨୨ ନୂଆ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୩,୩୨,୭୬୩କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୨୨୨ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୭ଜଣ ଓ ସ୍ଥାନୀୟ ସଂକ୍ରମଣ ୯୫ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୨ ହଜାର ୭୬୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ସର୍ବାଧିକ ୨୮ଜଣ, ସୁନ୍ଦରଗଡ଼ରୁ ୨୪ଜଣ, ଝାରସୁଗୁଡ଼ାରୁ ୨୩ଜଣ, ବରଗଡ଼ରୁ ୨୨ଜଣ, ସମ୍ବଲପୁରରୁ ୨୧ଜଣ, ପୁରୀରୁ ୧୫ଜଣ ଓ ଖୋର୍ଦ୍ଧା ଜିଲ୍ଲାରୁ ୧୨ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୨ ହଜାର ୭୬୩ ହୋଇଥିବାବେଳେ ୩ଲକ୍ଷ ୨୮ ହଜାର ୬୨୨ଜଣ ରହିଛନ୍ତି। ସେହିପରି ୧,୮୯୬ଜଣଙ୍କର ମୃତ୍ୟୁ ଘଟିଛି ଓ ୨,୧୯୨ ଚିକିତ୍ସିତ ହେଉଛନ୍ତି।