ଓଡିଶାରେ ଅଛି ୨୨ ଲକ୍ଷ ପୁରୁଣା ଗାଡି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୨୨, ୯,୫୭୩ଟି ୧୫ ବର୍ଷରୁ ଅଧିକ ପୁରୁଣା ଗାଡି ରହିଛି । ଏଥିମଧ୍ୟରୁ ୧୧ ,୪୩,୦୨୬ଟି ଗାଡି ଚଳାଚଳ କରୁଛି । ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସଭ୍ୟ ମୋହନ ମାଝୀଙ୍କ ପ୍ରଶ୍ନର ଉତରରେ ଏହା ପ୍ରକାଶ କରିଛନ୍ତି ।

ଅପରପକ୍ଷରେ ୪ ବର୍ଷରେ ରାଜ୍ୟରେ ସଡକ ଦୁର୍ଘଟଣାରେ ୧୮,୬୮୩ ଜଣଙ୍କର ମୃତ୍ୟୁ ଘଟିଛି । ୨୦୧୫-୧୬ରେ ୧୦,୫୩୨ ଦୁର୍ଘଟଣା ଘଟିଥିବା ବେଳେ ୪,୪୬୩ ଜଣଙ୍କର ମୃତ୍ୟୁ ଘଟିଛି । ୨୦୧୬-୧୭ରେ ୧୦,୮୫୮ ଦୁର୍ଘଟଣାରେ ୪,୭୯୦ ଲୋକ ମୃତ୍ୟୁ ବରଣ କରିଛନ୍ତି । ୨୦୧୮ରେ ୧୧,୨୬୨ ଦୁର୍ଘଟଣାରେ ୫,୩୧୫ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ୨୦୧୯ ସେପ୍ଟେମ୍ବର ମାସସୁଦ୍ଧା ୮,୨୦୩ ଦୁର୍ଘଟଣାରେ ୪,୧୧୫ ଜଣ ମୃତ୍ୟୁବରଣ କରିସାରିଲେଣି ।