ରାଜଧାନୀରୁ ଆଉ ୨୨ ଜଣ ଆକ୍ରାନ୍ତ ଚିହ୍ନଟ, ୩୩ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧୫୭୭ରେ ପହଞ୍ଚିଛି। ଏଥିମଧ୍ୟରୁ ୩୧୦୨୮ ଜଣ ସୁସ୍ଥ ହୋଇଥିବାବେଳେ ୨୩୯ଜଣଙ୍କର ମୃତ୍ୟୁ ହୋଇଛି। ୨୮୯ଜଣ ସୁସ୍ଥ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୯ଜଣ ଚିହ୍ନଟ ହୋଇଥିବାବେଳେ ୧୩ ଜଣ ସ୍ଥାନୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୩୩ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗରନିଗମ ପକ୍ଷରୁ ସୂଚନା ଦିଆଯାଇଛି।