କରୋନା ନେଲା ଆଉ ୨୨ ଜୀବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଯୋଗୁ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୨,୩୩୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ପ୍ରାଣ ହରାଇଥିବା କରୋନା ରୋଗୀଙ୍କ ମଧ୍ୟରେ ଭୁବନେଶ୍ୱର, ନୂଆପଡ଼ା, ସୁନ୍ଦରଗଡ଼, ବୌଦ୍ଧ, ରାୟଗଡ଼ା, କୋରାପୁଟରୁ ୩ ଲେଖାଏଁ, ଅନୁଗୁଳରୁ ୨, ପୁରୀ ଓ ଗଜପତିରୁ ଜଣେ ଲେଖାଏଁ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ କରୋନା ବ୍ୟତୀତ ମଧୁମେହ ଓ ଉଚ୍ଚ ରକ୍ତଚାପ ଆଦି ରୋଗରେ ପୀଡ଼ିତ ଥିଲେ।