ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ସମୟରେ ପୁଲିସକୁ ଅଟକ ରଖିବା ମହଙ୍ଗା ପଡ଼ିଲା। ଏନେଇ ପୁଲିସ ୨୨ ଜଣଙ୍କୁ ଗିରଫ କରିଛି। ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ରେଢୁଆ ଗାଁରେ। ସେହିପରି ଏହି ଗିରଫଙ୍କ ମଧ୍ୟରେ ୧୫ ଜଣ ମହିଳା ମଧ୍ୟ ସାମିଲ ଅଛନ୍ତି। ସୂଚନା ଅନୁସାରେ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଗତ ୬ ତାରିଖରେ ରେଢୁଆ ଗାଁକୁ ଯାଇଥିଲେ। ହେଲେ ଉକ୍ତ ଗାଁର କିଛି ଲୋକ ଅଭିଯୁକ୍ତ ଛାଡ଼ିନଥିଲେ। ଏଥିସହ ଗ୍ରାମବାସୀ ପୁଲିସ ଟିମକୁ ୬ ଘଣ୍ଟା ଧରି ଅଟକ ରଖିଥିଲେ। ଏହି ଘଟଣାକୁ ନେଇ ପୁଲିସ ଗତକାଲି ଗାଁର ୧୫ ଜଣ ମହିଳାଙ୍କ ସମେତ ମୋଟ ୨୨ ଜଣଙ୍କୁ ଗିରଫ କରିଛି। ତେବେ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।