ଉପନିର୍ବାଚନ: ତିର୍ତ୍ତୋଲ ଜଗିବେ ୨୧ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ନଭେମ୍ବର ୩ରେ ତିର୍ତ୍ତୋଲରେ ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ଏହା ପୂର୍ବରୁ ଆଇନ ଶୃଙ୍ଖଳା ସ୍ଥିତିକୁ ପରଖିଛନ୍ତି ପୁଲିସ ଡିଜି ଅଭୟ। ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପୁଲିଂ ବୁଥକୁ ତିନିସ୍ତରରେ ବିଭକ୍ତ କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ସମ୍ବେଦନଶୀଳ, ଅତି ସମ୍ବେଦନଶୀଳ ବୁଥରେ ଫୋର୍ସ ମୁତୟନ କରାଯିବ। ୨୧ ପ୍ଲାଟୁନ୍ ଫୋର୍ସ, ୩ ଫ୍ଲାଟୁନ୍ ସେଣ୍ଟ୍ରାଲ ଫୋର୍ସ, ଏସପି ସ୍ତରୀୟ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଏହାସହ ଫ୍ଲାଇଙ୍ଗ ସ୍କ୍ୱାର୍ଡକୁ ବି ସଜାଗ ରଖାଯାଇଛି। ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀଙ୍କୁ ଚିହ୍ନଟ କରାଯିବା ସହ ୭୫ ୱେରେଣ୍ଟିଙ୍କୁ ଜେଲ୍ ପଠାଯାଇଛି।  ଏହି ବୈଠକରେ ଆଇନ ଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା, ଗୁଇନ୍ଦା ମୁଖ୍ୟ, ଜଗତସିଂହପୁର ଏସପିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ସାମିଲ ଥିଲେ।