୨୯ ଜିଲ୍ଲାରୁ ୨,୧୯୬ କରୋନା ପଜିଟିଭ ଚିହ୍ନଟ : ୧୭ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୨,୧୯୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୭୪ ଓ ସ୍ଥାନୀୟ ସଂକ୍ରମଣ ୯୨୨ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୬୬ ହଜାର ୩୪୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨୫୯, କଟକରୁ ୧୭୫, ସୁନ୍ଦରଗଡ଼ରୁ ୧୪୦, ମୟୁରଭଞ୍ଜରୁ ୧୧୯, ଯାଜପୁରରୁ ୧୧୩, ନୂଆପଡ଼ାରୁ ୧୦୮, ଅନୁଗୁଳରୁ ୧୦୭, ବାଲେଶ୍ୱରରୁ ୧୦୪ ଓ କଳାହାଣ୍ଡି ଜିଲ୍ଲାରୁ ୯୪ ଜଣ ରହିଛନ୍ତି।

ଅନ୍ୟପଟେ କରୋନା ଯୋଗୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୧,୧୨୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୪୦ଲକ୍ଷରୁ ଉର୍ଦ୍ଧ କରୋନା ଟେଷ୍ଟ ହୋଇଥିବାବେଳେ ୨ଲକ୍ଷ ୬୬ ହଜାର ୩୪୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୨ଲକ୍ଷ ୩୦ ହଜାର ୧୯୨ଜଣ ସୁସ୍ଥ ହୋଇଛନ୍ତି, ୧,୧୨୧ଜଣଙ୍କର ମୃତ୍ୟୁ ଘଟିଛି ଓ ୨୩ ହଜାର ୭୮୬ ଜଣ ଚିକିତ୍ସିତ ହେଉଛନ୍ତି।