ରାଜ୍ୟରେ ଆଉ ୨୧୮ କରୋନା ପଜିଟିଭ ଚିହ୍ନଟ, ୬ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ପୁଣି ୨୧୮ ଜଣ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ପାର କରିଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୯୮ ଜଣ ସଂଗରୋଧ କେନ୍ଦ୍ରରୁ ଓ ୨୦ ଜଣ ସ୍ଥାନୀୟ ଲୋକ ବୋଲି ଜଣାପଡ଼ିଛି। ସେହିପରି ଏମାନଙ୍କ ମଧ୍ୟରେ ୭ ଜଣ ଉଦ୍ଧାରକାରୀ ଦଳର ସାମିଲ ଅଛନ୍ତି।

ଜିଲ୍ଲାମାନଙ୍କରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୪୯ ଜଣ, ଜଗତସିଂହପୁରରୁ ୨୯ ଜଣ, ଗଜପତିରୁ ୨୭ ଜଣ, ଭଦ୍ରକରୁ ୨୫ ଜଣ, ଖୋର୍ଦ୍ଧାରୁ ୧୭ ଜଣ, ସୁନ୍ଦରଗଡ଼ରୁ ୧୧ ଜଣ, ପୁରୀରୁ ୧୦ ଜଣ, ମୟୂରଭଞ୍ଜରୁ ୯ ଜଣ, ବାଲେଶ୍ୱରରୁ ୭ ଜଣ, କେନ୍ଦ୍ରାପଡ଼ାରୁ ୬ ଜଣ, କଟକରୁ ୫ ଜଣ, ଝାରସୁଗୁଡାରୁ ୪ ଜଣ, ନୂଆପଡା, କେନ୍ଦୁଝର ଓ ସମ୍ୱଲପୁରରୁ ୨ ଜଣ ଲେଖାଏଁ ଓ ନବରଙ୍ଗପୁର, ଅନୁଗୁଳ, କନ୍ଧମାଳ, ଯାଜପୁର, ବୌଦ୍ଧ ଓ କୋରାପୁଟରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬,୧୮୦କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୮୬୫ ଜଣ ଚିକିତ୍ସାଧୀନ ଥିବାବେଳେ ୪,୨୯୧ ଜଣ ସୁସ୍ଥ ହୋଇଛନ୍ତି।