ଭୁବନେଶ୍ୱରରୁ ଆଜି ୨୧୬ କରୋନା ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୩୦୭ ଜଣ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୨୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୫୫ ଜଣ ସଂଗରୋଧ କେନ୍ଦ୍ରର ରହିଥିବାବେଳେ ୧୬୧ ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଏ ସମ୍ପର୍କରେ ଟୁଇଟ କରି ସୂଚନା ଦିଆଯାଇଛି। ଅନ୍ୟପଟେ ଆଜି ଭୁବନେଶ୍ୱରରୁ ୩୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ ୨୬ ହଜାର ୯୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୩ ହଜାର ୮୩୦ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୩୦୧୧ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୩୩ ଜଣଙ୍କର ମୃତ୍ୟୁ ହୋଇଛି।

ସେହିପରି ଆଜି ଚନ୍ଦ୍ରଶେଖରପୁରରୁ ୧୧ଜଣ, ୟୁନିଟ-୯ରୁ ୧୦ଜଣ, ପଟିଆରୁ ୧୦ଜଣ, ଖଣ୍ଡଗିରିରୁ ୭ଜଣ, ଲକ୍ଷ୍ମୀସାଗରରୁ ୭ଜଣ, ବମିଖାଲରୁ ୬ଜଣ, ଝାରପଡ଼ାରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।