ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୧୧୦ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ସାମାନ୍ୟ ବଢିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୨୧୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୯,୪୭,୮୫୯ ରେ ପହଞ୍ଚିଛି। ତେବେ ଚିହ୍ନଟ ହୋଇଥିବା ୨୧୧୦ ସଂକ୍ରମିତଙ୍କ ମଧ୍ୟରୁ ୧୨୧୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୯୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହା ସହିତ ଗତ ୨୪ ଘଣ୍ଟାରେ ୨୬୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ଏହାକୁ ମିଶାଇ ସୁସ୍ଥ ତାଲିକା ୯,୨୦,୬୪୬ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ୪୬, ବାଲେଶ୍ୱରରୁ ୧୬୮, ବରଗଡରୁ ୧୪, ଭଦ୍ରକରୁ ୭୯, ବଲାଙ୍ଗିରରୁ ୧୩, ବୌଦ୍ଧରୁ ୧୬, କଟକରୁ ୩୨୩, ଦେବଗଡରୁ ୫, ଢେଙ୍କାନାଳରୁ ୩୫, ଗଜପତିରୁ ୧୧, ଗଞ୍ଜାମରୁ ୧୬, ଜଗତସିଂହପୁରରୁ ୬୭, ଯାଜପୁରରୁ ୯୨, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୭, କନ୍ଧମାଳରୁ ୧୨, କେନ୍ଦ୍ରାପଡାରୁ ୧୩୨, କେନ୍ଦୁଝରରୁ ୬୬, ଖୋର୍ଦ୍ଧାରୁ ୪୫୮, କୋରାପୁଟରୁ ୧୯, ମାଲକାନଗିରିରୁ ୨୨, ମୟୂରଭଞ୍ଜରୁ ୯୯, ନବରଙ୍ଗପୁରରୁ ୧୦, ନୟାଗଡ଼ରୁ ୭୪, ନୂଆପଡ଼ାରୁ ୨, ପୁରୀରୁ ୧୧୩, ରାୟାଗଡାରୁ ୨୯, ସମ୍ବଲପୁରରୁ ୧୯, ସୋନପୁରରୁ ୪, ସୁନ୍ଦରଗଡ଼ରୁ ୬୨ ଏବଂ ଷ୍ଟେଟ ପୁଲରୁ ୮୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।