ରାଜ୍ୟରେ ୨୧୦ କରୋନାରେ ସଂକ୍ରମିତ : ଜଣେ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୨୧୦ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୪ଜଣ ଓ ସ୍ଥାନୀୟ ସଂକ୍ରମଣ ୮୬ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୯ହଜାର ୯୦୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୫୧, ନୂଆପଡ଼ାରୁ ୨୩, କଟକରୁ ୧୯, ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ଼ ଓ ଷ୍ଟେଟପୋଲରୁ ୧୨ ଲେଖାଏଁ, ସମ୍ବଲପୁରରୁ ୧୧, ବରଗଡ଼, ଯାଜପୁର ଓ ମୟୁରଭଞ୍ଜରୁ ୮ ଲେଖାଏଁ, ଅନୁଗୁଳରୁ ୭, ବାଲେଶ୍ୱରରୁ ୬, ପୁରୀରୁ ୫, ଝାରସୁଗୁଡ଼ାରୁ ୪, ଗଞ୍ଜାମରୁ ୩, କେନ୍ଦ୍ରାପଡ଼ା, ନୟାଗଡ଼ ଓ ରାୟଗଡ଼ାରୁ ୨ ଲେଖାଏଁ, ଢେଙ୍କାନାଳ, କେଉଁଝର ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ଅନ୍ୟପଟେ ସୁନ୍ଦରଗଡ଼ର ଜଣେ ୮୬ ବର୍ଷୀୟ ବୃଦ୍ଧ ପ୍ରାଣ ହରାଇଛନ୍ତି। ସେ କରୋନା ବ୍ୟତୀତ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୯ଲକ୍ଷ ୪୯ହଜାର ୫୯୯ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୯ହଜାର ୯୦୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୬ହଜାର ୪୮୨ଜଣ ସୁସ୍ଥ ହୋଇଛନ୍ତି, ୧୯୨୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୪୪୯ ଜଣ ଚିକିତ୍ସିତ ହେଉଛନ୍ତି।