ଭୁବନେଶ୍ୱରରୁ ୨୧ ନୂଆ କରୋନା ପଜିଟିଭ ଚିହ୍ନଟ: ୪୯ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ୨୧ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୬ଜଣ ଓ ୫ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏଥିସହିତ ୪୯ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩ଟି ଘରୋଇ ହସ୍ପିଟାଲର ୫ଜଣ କର୍ମଚାରୀ, କଳିଙ୍ଗନଗର ଓ ଫରେଷ୍ଟ ପାର୍କର ୨ଟି ପରିବାରର ୪ଜଣ, ରସୁଲଗଡ଼ରୁ ୨ଜଣ, ନୟାପଲ୍ଲୀ ବେହେରାସାହି, ଶରଧାପଲ୍ଲୀ ବସ୍ତି, ଆଇଆରସି ଭିଲେଜ, ବରଗଡ଼ ଓ ୟୁନିଟ-୬ରୁ ଜଣେ ଲେଖାଏଁ ରହିଛନ୍ତି।

ଅନ୍ୟପଟେ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଚନ୍ଦକାର ଗୋଟିଏ ପରିବାରରୁ ୨ ଜଣ, ଘରୋଇ ହସ୍ପିଟାଲର ଜଣେ କର୍ମଚାରୀ, ସତ୍ୟନଗର ଓ କୋଳଥିଆରୁ ଜଣେ ଲେଖାଏଁ ରହିଛନ୍ତି।

ଆଜି ସୁସ୍ଥ ହୋଇଥିବା ୪୯ ଜଣଙ୍କ ମଧ୍ୟରେ ବିଜେବି ନଗର ସରକାରୀ ଅଫିସର ୩ଜଣ କର୍ମଚାରୀ, ଚନ୍ଦ୍ରଶେଖରପୁର ବିଡିଏ କଲୋନୀ ଓ ପାତ୍ରପଡ଼ାରୁ ୩ଜଣ ଲେଖାଏଁ, ସରକାରୀ ହସ୍ପିଟାଲର ୨ଜଣ ସିକ୍ୟୁରିଟି ଗାର୍ଡ, କଳିଙ୍ଗ ବିହାର ଓ ସୁନ୍ଦରପଦାରୁ ୨ଜଣ ଲେଖାଏଁ, ଅନ୍ୟ ଜିଲ୍ଲାର ୫ଜଣ, ନୟାପଲ୍ଲୀ ବ୍ରିଟ କଲୋନୀ, ସତ୍ୟ ବିହାର, ୟୁନିଟ-୬, ସହିଦ ନଗର, ପାତ୍ରପଡ଼ା, ବରମୁଣ୍ଡା, ଗଙ୍ଗନଗର, ଶୈଳଶ୍ରୀ ବିହାର, ନୟାପଲ୍ଲୀ ନୂଆସାହିରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି ସରକାରୀ ଓ ଘରୋଇ ହସ୍ପିଟାଲର ଜଣେ ଲେଖାଏଁ କର୍ମଚାରୀ, କଳିଙ୍ଗ ନଗର, ଭିମଟାଙ୍ଗୀ ଓ ପାତ୍ରପଡ଼ାରୁ ୨ ଲେଖାଏଁ, ସାମନ୍ତରାପୁର, ପୁରୁଣା ଭୁବନେଶ୍ୱର, ଶିଖରଚଣ୍ଡୀ, ସୂର୍ଯ୍ୟନଗର, ବିଜେବି ନଗର, ପଳାଶପଲ୍ଲୀ, କେଦାର ଗୌରୀ ବିହାର, ଚନ୍ଦ୍ରଶେଖରପୁର, କୋଳଥିଆ, ଡୁମଡୁମା, ଲୁଇସ୍ ରୋଡ ଅରବିନ୍ଦ କଲୋନୀ, ସୁନ୍ଦରପଦାରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨ ହୋଇଥିବାବେଳେ ୬୨୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୧ଜଣଙ୍କର ମୃତ୍ୟୁ ଘଟିଛି ଓ ୬୧୪ ଜଣ ଚିକିତ୍ସାଧୀନ ଅଛନ୍ତି।