ରାଜଧାନୀରେ ୨୦୭ ନୂଆ କରୋନା ପଜିଟିଭ ଚିହ୍ନଟ, ୧୧୬ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ଆଜି ଆଉ ୨୦୭ଜଣ ନୂଆ କରୋନା ପଜିଟିଭ  ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪୪ଜଣ ଓ ସ୍ଥାନୀୟ ସଂକ୍ରମଣ ୧୬୩ଜଣ ରହିଛନ୍ତି। ଅନ୍ୟପଟେ ୧୧୬ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ହଜାର ୬୯୫ ହୋଇଥିବାବେଳେ ୯୫ହଜାର ୭୫ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୭୩୬ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୮୬୩ଜଣ ଚିକିତ୍ସିତ ହେଉଛନ୍ତି।