ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୫ କରୋନା ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ପାରଦ ବଢ଼ୁଛି। ଏନେଇ ପ୍ରଶାସନ ପକ୍ଷରୁ ଆଜି ୧୦ଟି ଜିଲ୍ଲାରେ ପୁଣି ନାଇଟ କର୍ଫ୍ୟୁ ଫେରିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଆଜି ଆଉ ୨୦୫ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ସୁସ୍ଥ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩୨ ଜଣ ଖୋର୍ଦ୍ଧାରୁ, ୨୭ ଜଣ ସୁନ୍ଦରଗଡ଼ରୁ, ୨୩ ଜଣ ନୂଆପଡ଼ାରୁ, ୧୯ ଜଣ କଟକରୁ, ୧୫ ଜଣ ବଲାଙ୍ଗିରରୁ, ୧୩ ଜଣ ବରଗଡ଼ରୁ, ୧୧ ଜଣ ବାଲେଶ୍ୱରରୁ, ୧୦ ଜଣ ଢ଼େଙ୍କାନାଳ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି।

ଆଜିର ଏହି କରୋନା ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୨ ଲକ୍ଷ ୩୭ ହଜାର ୬୩୫ରେ ପହଞ୍ଚିଛି।