୨୦୨୧-୨୨ ବଜେଟ: ବରିଷ୍ଠ ନାଗରିକଙ୍କୁ ଆୟକର ରିଟର୍ଣ୍ଣରେ ଆଶ୍ୱସ୍ତି

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ସଂସଦରେ ବଜେଟ ଉପସ୍ଥାପନ ହେଉଥିବା ବେଳେ ଏଥିରେ ବରିଷ୍ଠ ନାଗରିକଙ୍କୁ ଆୟକର ରିଟର୍ଣ୍ଣରେ ମଧ୍ୟ ଆଶ୍ୱସ୍ତି ମିଳିଛି। ୭୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦେବାକୁ ପଡ଼ିବନି ଆୟକର ରିଟର୍ଣ୍ଣ।

ଏଥିସହ ପେନସନ ଓ ସୁଧରୁ ଆୟ ପାଉଥିବା ବରିଷ୍ଠ ନାଗରିକଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିଛି।