୨୦୨୧-୨୨ ବଜେଟ ଉପସ୍ଥାପନ: ସଡ଼କ ପରିବହନ ପାଇଁ ୧.୧୮ ଲକ୍ଷ କୋଟି ବ୍ୟୟବରାଦ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ପରେ ରୋଜଗାର ବଢାଇବା ସହ ଅର୍ଥନୀତିକୁ ଆଗକୁ ନେବାକୁ ପରିବହନ କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏନେଇ ୧.୧୮ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

୩୫ ହଜାର କିମିର ଜାତୀୟ ରାଜପଥ ନିର୍ମାଣ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ପଶ୍ଚିମବଙ୍ଗରେ ୬୨୫ କିମିର ଜାତୀୟ ରାଜପଥ ନିର୍ମାଣ ହେବ। ଏଥିପାଇଁ ୨୫ ହଜାର କୋଟି ଆବଣ୍ଟନ କରାଯାଇଛି। ଏହାସହ ଦେଶରେ ନୂଆ ଇକୋନୋମିକ କରିଡର ହେବ।

ସେପଟେ ତାମିଲନାଡୁରେ ନ୍ୟାସନାଲ ହାଇୱେ ପ୍ରୋଜେକ୍ଟ ପାଇଁ ୧.୦୩ ଲକ୍ଷ କୋଟି ଓ କେରଳରେ ନ୍ୟାସନାଲ ହାଇୱେ ପାଇଁ ୬୫ ହଜାର କୋଟି ବ୍ୟୟ ବରାଦ ହୋଇଥିବା ଅର୍ଥମନ୍ତ୍ରୀ କହିଛନ୍ତି।