କରୋନା ଛାୟାରେ ବିଶ୍ୱର ୨୦୨ ରାଷ୍ଟ୍ର: ଗଲାଣି ୪୨ ହଜାରରୁ ଅଧିକ ଜୀବନ, ଭାରତରେ ୪୫ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ସାରା ବିଶ୍ୱରେ କରୋନାର କଳା ଛାୟା ଛାଇ ହୋଇ ଯାଇଛି। ତେବେ ଏହି ଛାୟା ବର୍ତ୍ତମାନ ସୁଦ୍ଧା ୨୦୨ରାଷ୍ଟକୁ ଗ୍ରାସ କରିସାରିଲାଣି। ତେବେ ଏହାକୁ ରୋକିବା ନିମନ୍ତେ କୌଣସି ଔଷଧ ପ୍ରସ୍ତୁତ ହୋଇନଥିବା ବେଳେ ଏହା ଅଣାୟତ ହୋଇଛି। ଏହି ଭୂତାଣୁ ସଂକ୍ରମଣରେ ଆସି ୪୨ ହଜାରରୁ ଅଧିକ ଜୀବନ ଗଲାଣି। ବିଶ୍ୱରେ ଏଯାଏଁ ୮.୫୬ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧ ଲକ୍ଷ ୭୭ ହଜାର ଲୋକ ସୁସ୍ଥ ହୋଇପାରିଛନ୍ତି।

ସେହିପରି ଇଟାଲି ପରେ ଚୀନ୍‌କୁ ଟପିଲା ଆମେରିକା ଓ ଫ୍ରାନ୍‌ସ। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱରେ ସର୍ବାଧିକ ରହିଛି। ଗୋଟିଏ ଦିନରେ ୭୪୮ ଜଣଙ୍କ ମୃତ୍ୟୁ ହୋଇଛି। ଭାଇରସ୍‌ରେ ବର୍ତ୍ତମାନ ପର୍ୟ୍ୟନ୍ତ ୧.୮୭ ଲକ୍ଷ ଜଣ ଆକ୍ରାନ୍ତ ହୋଇଛନ୍ତି। ୩ହଜାର ୮୮୯ଜଣଙ୍କ ଜୀବନ ଯାଇଛି।

ଇଟାଲିରେ ଗୋଟିଏ ଦିନରେ ୮୩୭ ଜଣଙ୍କ ଜୀବନ ଯାଇଛି। ମୃତ୍ୟୁସଂଖ୍ୟା ୧୨ହଜାର ୪୨୮ରେ ପହଞ୍ଚିଛି। ସ୍ପେନ୍‌ରେ ଗୋଟିଏ ଦିନରେ ୭୪୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୋଟ ମୃତ୍ୟୁସଂଖ୍ୟା ୮ହଜାର ୪୬୪ରେ ପହଞ୍ଚିଛି। ଚୀନ୍‌ରେ କରୋନାରେ ମୃତ୍ୟୁସଂଖ୍ୟା ୩ହଜାର ୩୦୫ରେ ପହଞ୍ଚିଛି। ଇରାନ୍‌ରେ କରୋନାରେ ମୃତ୍ୟୁସଂଖ୍ୟା ୨ହଜାର ୮୯୮ ଓ ଫ୍ରାନ୍ସରେ ୩ହଜାର ୫୨୩ରେ ପହଞ୍ଚିଛି ମୃତ୍ୟୁସଂଖ୍ୟା ।

ସେହିପରି ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୦କୁ ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୪୫ ବୋଲି ଜଣାପଡ଼ିଛି।