୨୦୧୮ ଓ ୨୦୧୯ ବର୍ଷ ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ : ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ନୋବେଲ ପୋଲାଣ୍ଡର ଲେଖିକା ଓଲଗା ଟୋକାର୍ଜଗ ଏବଂ ଅଷ୍ଟ୍ରିଆର ଲେଖକ ପିଟର ହାଣ୍ଡକେଙ୍କୁ ଯଥାକ୍ରମେ ୨୦୧୮ ଏବଂ ୨୦୧୯ ମସିହାର ନୋବେଲ ସାହିତ୍ୟ ପୁରସ୍କାରର ବିଜେତା ଭାବେ ଘୋଷଣା କରାଯାଇଛି। ୧୯୬୨ରେ ପୋଲାଣ୍ଡରେ ଜନ୍ମିତ ଔପନ୍ୟାସିକା ଓଲାଗା ଟୋକାର୍ଜଗଙ୍କ ପ୍ରଥମ ଉପନ୍ୟାସ ‘ଦ ଜର୍ଣ୍ଣି ଅଫ୍ ଦି ବୁକ୍ ପିପୁଲ୍’ ରହିଥିଲା। ଏଥିସହ ୨୦୧୯ ମସିହା ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ବିଜୟୀ ହୋଇଥିବା ଲେଖକ ପିଟର ହାଣ୍ଡକେ ୧୯୪୨ ମସିହାରେ ଅଷ୍ଟ୍ରିଆରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ରଚିତ ପ୍ରଥମ ଉପନ୍ୟାସ ହେଉଛି ‘ଦି ବୁକ୍ ଅଫ୍ ଜ୍ୟାକବ୍’ ।

ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ବିଜୟୀ ହେବାରେ ଓଲାଗା ଟୋକାର୍ଜଗ ହେଉଛନ୍ତି ୧୫ତମ ମହିଳା। ୧୯୦୧ ମସିହାରୁ ବ(ମ)ର୍ମାନ ପର୍ଯ୍ୟନ୍ତ ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ୧୧୪ଜଣଙ୍କୁ ନୋବେଲ ପୁରସ୍କାର ମିଳି ସାରିଛି। ସୂଚନାଯୋଗ୍ୟ, ୨୦୧୮ ମସିହାରେ ଜୁରି କମିଟି ନାମରେ ଯୌନ ନିର୍ଯାତନା ପଦବୀର ଅପବ୍ୟବହାର ଅଭିଯୋଗ ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ବନ୍ଦ କରାଯାଇଥିଲା। ତେଣୁ ଉକ୍ତ କମିଟିକୁ ପୁନଃଗଠନ କରାଯାଇ ୨୦୧୮ ଏବଂ ୨୦୧୯ ଉଭୟ ବର୍ଷର ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି।