ରାଜ୍ୟରେ କରୋନାକୁ ହରାଇଲେ ଆଉ ୨୦୧୦ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନାରୁ ୨ ଲକ୍ଷ ୬୮ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ବେଳେ ଆଜି ୨୦୧୦ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨୬୯, କଟକରୁ ୧୬୪, ମୟୂରଭଞ୍ଜରୁ ୧୦୩ ଓ ସୁନ୍ଦରଗଡ଼ରୁ ୧୦୨ ଜଣ ରହିଛନ୍ତି। ସେହିପରି ସୋନପୁରରୁ ୯୯, କେନ୍ଦୁଝରରୁ ୮୯, ବଲାଙ୍ଗିରରୁ ୮୬, ବରଗଡ଼ରୁ ୭୯, ଯାଜପୁରରୁ ୭୫, ଅନୁଗୁଳରୁ ୭୩, ନବରଙ୍ଗପୁରରୁ ୭୩, ବାଲେଶ୍ୱରରୁ ୭୨, ଜଗତସିଂହପୁରରୁ ୬୭, କଳାହାଣ୍ଡିରୁ ୬୫, ନୟାଗଡ଼ରୁ ୬୩, କେନ୍ଦ୍ରାପଡ଼ାରୁ ୬୧, ସମ୍ବଲପୁରରୁ ୫୩, ପୁରୀରୁ ୪୭, ଝାରସୁଗୁଡ଼ାରୁ ୪୬, ନୂଆପଡ଼ାରୁ ୪୩, ଭଦ୍ରକରୁ ୪୦, ଢ଼େଙ୍କାନାଳରୁ ୩୮, କୋରାପୁଟରୁ ୩୦, ମାଲକାନଗିରିରୁ ୨୯, କନ୍ଧମାଳରୁ ୨୭, ଗଞ୍ଜାମରୁ ୨୨, ବୌଦ୍ଧରୁ ୧୮, ଦେବଗଡ଼ରୁ ୧୫ ଏବଂ ରାୟଗଡ଼ାରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲରୁ ୫୫ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୩ ହଜାର ୯୪୨ରେ ପହଞ୍ଚିଛି। ବର୍ତ୍ତମାନ ୨ ଲକ୍ଷ ୬୮ ହଜାର ୧୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ୧୪ ହଜାର ୫୦୨ ଜଣ କରୋନା ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ରହିଥିବାବେଳେ ୧୨୭୨ ଜଣଙ୍କ ମୃତ୍ୟୁ ହୋଇସାରିଛି।