୨୦ ହଜାର ସରକାରୀ ଚାକିରିଆଙ୍କୁ ମିଳିଛି କାଳିଆ ଟଙ୍କା, ଫେରାଇବାକୁ ମନ୍ତ୍ରୀଙ୍କ ଚେତାବନୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସରକାରୀ ଚାକିରିଆ ଓ ପେନସନ ପାଉଥିବା ଲୋକମାନେ ମଧ୍ୟ କାଳିଆ ଟଙ୍କା ପାଇଛନ୍ତି। ତଦନ୍ତ ରିପୋର୍ଟ ଅନୁସାରେ ପ୍ରାୟ ୨୦ ହଜାର ସରକାରୀ ଚାକିରିଆ କାଳିଆ ଟଙ୍କା ପାଇଛନ୍ତି। ସମସ୍ତଙ୍କୁ ଟଙ୍କା ଫେରାଇବାକୁ ପଡ଼ିବ ନଚେତ ସେମାନଙ୍କ ଦରମାରୁଭରଣ କରାଯିବ ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଅନ୍ୟପଟେ ଏହି ଯୋଜନାରେ ୩ ଲକ୍ଷ ୪୧ହଜାର ଅଯୋଗ୍ୟ ହିତାଧିକାରୀ ଥିବା ସୂଚନା ମିଳିଛି। ଯେଉଁଥିରେ ପ୍ରାୟ ୧୨ହଜାର ବଡ଼ ଚାଷୀ ସହାୟତା ପାଇଛନ୍ତି । ଏସବୁ ପରିବାରର ମୁଖ୍ୟ ସହାୟତା ପାଇଥିବାରୁ ପରବର୍ତ୍ତୀ କିସ୍ତିରେ ଏହାର ବ୍ୟବସ୍ଥିତ ହେବ। ସେହିପରି ୯ ହଜାର ନାବାଳକ ଓ ନାବାଳିକା ବି କାଳିଆ ସହାୟତା ପାଇଛନ୍ତି। ତାଛଡ଼ା ୩ ଲକ୍ଷ ଲୋକ ପରିବାରର ଏକାଧିକ ବ୍ୟକ୍ତି ଟଙ୍କା ପାଇଛନ୍ତି । ପରିବାରର ଜଣକୁ ସହାୟତା ମିଳିବ ଓ ପର କିସ୍ତିରେ ଏହାକୁ ଭରଣା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।