ରାଜଧାନୀରୁ ୨୦ ପଜିଟିଭ ଚିହ୍ନଟ, ୪୩ ସୁସ୍ଥ

ଭୁବନେଶ୍ୱର, ଏନ୍ଏନ୍ଏସ୍:  ଭୁବନେଶ୍ୱରରୁ ଆଜି ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ୧୭ ଜଣ ସ୍ଥାନୀୟ ବ୍ୟକ୍ତି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୫୩୯ରେ ପହଞ୍ଚିଛି।

ସେହିପରି ୩୦୯୫୪ଜଣ ସୁସ୍ଥ ହୋଇଛନ୍ତି। ୨୩୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୨୭ଜଣ ଚିକିତ୍ସାଧୀନ ରହିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୪୩ଜଣ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।