ମିଶନ ଶକ୍ତିରେ ପାଇବେ ୨୦ ପ୍ରତିଶତ ମହିଳା ନିଯୁକ୍ତି

ୟୁପି,ଏଜେନ୍ସି: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହିଳାମାନଙ୍କ ଉଦେଶ୍ୟରେ ମିଶନ ଶକ୍ତି ନାମକ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନର ଦ୍ଵାରା ୟୁପି ପୋଲିସ ବିଭାଗରେ ୨୦ ପ୍ରତିଶତ ମହିଳା ରହିବେ ବୋଲି ସେ କହିଛନ୍ତି। ମିଶନ ଶକ୍ତି ଅଭିଯାନ ୨୪ଟି ସରକାରୀ ବିଭାଗ ଏବଂ ଆନ୍ତର୍ଜାତୀୟ ତଥା ସ୍ଥାନୀୟ ସାମାଜିକ ସଂଗଠନକୁ ସଂଯୋଗ କରିବ। ଏହି ଅବସରରେ ସେ ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଏଥର ଦୁଷ୍କର୍ମକାରି ମାନଙ୍କୁ ଫାଷ୍ଟ ଟ୍ରାକ କୋର୍ଟରେ ଶୀଘ୍ର ଚାଲାଣ କରାଯିବ ଏବଂ ଶୀଘ୍ର ଦଣ୍ଡିତ କରାଯିବ। ଅପରାଧୀଙ୍କୁ କୌଣସି ଆଶ୍ଵସ୍ତି ମିଳିବ ନାହିଁ।

ମିଶନ ଶକ୍ତି ଅଭିଯାନ ୨୫ ଅକ୍ଟୋବର ପର୍ୟ୍ୟନ୍ତ ଚାଲିବ। ଏହା ପରେ ଏପ୍ରିଲ ମାସ ପର୍ୟ୍ୟନ୍ତ ମାସକୁ ଏକ ସପ୍ତାହ ଧରି ଏହି ଅଭିଯାନ ଚାଲିବ । ମହିଳା, ବାଳିକା ଏବଂ ଶିଶୁଙ୍କ ସୁରକ୍ଷା, ସମ୍ମାନ ଏବଂ ସ୍ଵାଧୀନତା ପ୍ରସଙ୍ଗରେ ସରକାର ଏକ ବ୍ୟାପକ କାର୍ୟ୍ୟ ଯୋଜନା ପ୍ରସ୍ତୁତ କରିଥିବାର ସେ ସୂଚନା ଦେଇଛନ୍ତି।