ଦୁର୍ଘଟଣାରେ ୨୦ ଜୁଡୋ ଖେଳାଳି ଆହତ

ଇମ୍ଫାଲ,ଏଜେନ୍ସି: ମଣିପୁର ଇମ୍ଫାଲରେ ରବିବାର ଏକ ବସ୍ ଓଲଟି ୨୦ଜଣ ଜୁଡ଼ୋ ଖେଳାଳି ଆହତ ହୋଇଛନ୍ତି। ଏହି ସମୟରେ ବସରେ କୋଚ୍, ମ୍ୟାନେଜର ଓ ଖେଳାଳିଙ୍କ ସମେତ ମୋଟ ୨୮ଜଣ ଉପସ୍ଥିତ ଥିଲେ।

ଇମ୍ଫାଲରୁ ଦିବାପୁରକୁ ଫେରୁଥିବା ବେଳେ କୌଣସି କାରଣରୁ ବସଟି ଓଲଟି ପଡ଼ିଥିଲା। ସୂଚନା ଅନୁଯାୟୀ ଗତ ୧୪ ତାରିଖରୁ ଜାତୀୟ ସବ୍ ଜୁନିଅର ଓ କ୍ୟାଡେଟ ଜୁଡୋ ଚାମ୍ପିଅନ ସିପ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଖେଳାଳିମାନେ ଭାଗ ନେଇଥିଲେ।

ତେବେ ଚାମ୍ପିଅନସିପଟି ଗତ ୧୯ ତାରିଖରେ ଶେଷ ହୋଇଥିଲା। ପରେ ସେମାନେ ଘରକୁ ଫେରିବା ବାଟରେ ଏଭଳି ଦୁର୍ଘଟଣା ଘଟିଥିଲା। ସେଠାରୁ ତାଙ୍କୁ ଇମ୍ଫାଲର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ପରେ ସେମାନେ ଟ୍ରେନ ଯୋଗେ ଘରକୁ ଫେରୁଥିବା ଜଣାଯାଇଛି।