୧୮ ବର୍ଷର ଏକ ପୁରୁଣା ମାମଲାରେ ୫ ଅଭିଯୁକ୍ତ ଗିରଫ

ଦେବଗଡ,ଏନଏନଏସ : ୧୮ ବର୍ଷର ଏକ ପୁରୁଣା ମାମଲାରେ ଅଦାଳତରେ ହାଜର ହେଉ ନ ଥିବାରୁ ବାରକୋଟ ଥାନା ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଳାଣ କରିଥିବା ଜଣା ପଡିଛି। ପୁଲିସ ସୂତ୍ରରୁ ମିଳୀଥିବା ସୂଚନା ଅନୁଯାୟୀ, ଦେବଗଡ ଥାନା ଅନ୍ତର୍ଗତ ବାଘମୁଣ୍ଡା ଗ୍ରାମରେ ଗ୍ରାମ୍ୟ ଜଙ୍ଗଲ ଚୋରି ବିବାଦରେ ବାଘମୁଣ୍ଡା ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଗତ ୨୦୦୦ ମସିହା ଜାନୁୟାରୀ ୨୦ ତାରିଖ ଦିନ ୨୦ରୁ ଉଦ୍ଦ୍ୱର୍ ବ୍ୟକ୍ତଶଙ୍କ ନାମରେ ମାମଲା ଋୁଜ୍ଜୁ ହୋଇଥିଲା। ତେବେ ଏହି ମାମଲାରେ ବାରକୋଟ ଥାନା ଅନ୍ତର୍ଗତ ରେଙ୍ଗାଲବାହାଲ ଗ୍ରାମର ଋଷି ବେହେରା (୬୫),ଡମ୍ବରୁଧର ବାଘ(୬୫),ଝାଂଟୁ ବେହେରା(୬୦),ବୈଶାଖୁ କିସାନ(୬୮) ଓ ବଳିଆ କିସାନ (୫୨) ଏହି ମାମଲାରେ ବାରମ୍ବାର ସମନ ସତ୍ୱେ ଅଦାଲତକୁ ସହଯୋଗ କରୁ ନ ଥିଲେ। ଫଳରେ ଅଦାଲତର ଏନବିଡବ୍ଲୁ ବଳରେ ବାରକୋଟ ଥାନା ପୁଲିସ ଉପରୋକ୍ତ ଅଭିଯୁକ୍ତ ୫ ଜଣଙ୍କୁ ଗିରିଫ କରି ଥିଲା। ତେବେ ଏକକାଳୀନ ବରିଷ୍ଠମାନେ ଗିରଫ ହୋଇ କୋର୍ଟ ଚାଳାଣ ହେବା ଚର୍ଚ୍ଚାର ବିଷୟ ହୋଇଛି।