କଟକ,ଏନ୍ଏନ୍ଏସ୍: କଟକ ଷଣ୍ଢପୁର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୨୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗୁରୁବାର କଟକ ସ୍ଥିତ ଷଣ୍ଢପୁର ଉ.ପ୍ରା. ବିଦ୍ୟାଳୟର ଛାତ୍ରଛାତ୍ରୀ ଆଜି ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି।
ତେବେ ଏହି ପରିପ୍ରେକ୍ଷୀରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ମେଡ଼ିକାଲରେ ଚିକିତ୍ସିିତ ହେଉଥିବା ବେଳେ ଅନ୍ୟମାନେ ଭୟରେ ରହିଛନ୍ତି। ଏଥିସହ ନିଜର ଅଭିଭାବକଙ୍କ ସହ ହସ୍ପିଟାଲ ଯାଇ ଶରୀର ଚେକଅପ୍ କରାଉଛନ୍ତି। ତେବେ ଏହା କିପରି ହେଲା ତାହା ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ସେହିପରି ଅଭିଭାବକ ମାନେ ସ୍କୁଲରେ ଖାଦ୍ୟ ଅବହେଳା ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି।