ପୁଣି ୨୦ ଜଣ ଆକ୍ରାନ୍ତ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୪୪୫୩କୁ ବୃଦ୍ଧି

ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଆଜି ପୁଣି ୨୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪୫୩ କୁ ବୃଦ୍ଧି ପାଇଛି। ଆଜି ମାଲକାନଗିରି ପୌର ପରିଷଦ ଅଞ୍ଚଳର ୯ ଜଣ, ମାଲକାନଗିରି ବ୍ଲକର ଜଣେ, ପଡ଼ିଆ ବ୍ଲକର ୫ ଜଣ, କାଲିମେଳା ବ୍ଲକର ୨ ଜଣ, କୋରୁକୋଣ୍ଡା ବ୍ଲକର ୨ ଜଣ ଓ ଖଇରପୁଟ ବ୍ଲକର ଜଣେ ଚିହ୍ନଟ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୪୪୫୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୩୮୧ ଜଣ ଚିକିତ୍ସାଧୀନ ଅଛନ୍ତି।