ଅମାନିଆମାନଙ୍କ ଠାରୁ ୨୦.୭୨ ଲକ୍ଷ ଟଙ୍କା ଜୋରିମାନା ଆଦାୟ

ବାରିପଦା, ଏନ୍ଏନ୍ଏସ୍: କରୋନା ମହାମାରୀର ଦ୍ୱିତୀୟ ଲହର ଘାତକ ସାଜିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ କେତେକ ଅମାନିଆମାନେ ଏହାକୁ ଖାତିର କରୁନାହାଁନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କରୋନା ମାର୍ଗଦର୍ଶିକା ସହ ସପ୍ତାହାନ୍ତ ସଟଡ଼ାଉନ ଓ ଲକ୍ ଡାଉନକୁ ଅନୁପାଳନ କରିବାକୁ ପ୍ରସ୍ତୁତ ନାହାନ୍ତି। ଫଳରେ ଏହି ଧରଣର ଅମାନିଆମାନଙ୍କୁ ସାବାଡ଼ କରିବାପାଇଁ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଏହି ସମୟରେ ଚଳିତ ମେ ୧ରୁ ୪ ମଧ୍ୟରେ ୮ ଲକ୍ଷ ୪୧ ହଜାର ୯୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହି ସମୟରେ ୬୮ ଲିଟର ଦେଶୀ ଓ ୩୬.୪ ଲିଟର ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ସହିତ ମାସ୍କ ପିନ୍ଧିନଥିବା ଅଭିଯୋଗରେ ୮୭୫ ଜଣ ଅଭିଯୁକ୍ତମାନଙ୍କ ନିକଟରୁ ୪ଲକ୍ଷ ୨୭ ହଜାର ୯୫୦ ଟଙ୍କା ଜୋରିମାନା, ମୋଟର ଯାନ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ୩ ଲକ୍ଷ ୧୪ ହଜାର ୫ ଶହ ଟଙ୍କା ଜୋରିମାନା ଆଦାୟ ସହିତ ୪୯ ଜଣଙ୍କର ଡିଏଲକୁ ଜବତ , ସାମାଜିକ ଦୂରତା ରକ୍ଷା କରିନଥିବା ଅଭିଯୋଗରେ ୨୨୫ ଜଣ ବ୍ୟବସାୟୀମାନଙ୍କ ନିକଟରୁ ୮୬ ହଜାର ଟଙ୍କା ଜୋରିମାନା ଏବଂ କରୋନା ମାର୍ଗଦର୍ଶୀକା ପାଳନ ନ କରି ବିବାହ ଆୟୋଜନ କରିଥିବା ଅଭିଯୋଗରେ ୩ ଜଣଙ୍କ ନିକଟରୁ ୧୩ ହଜାର ୫ ଶହ ଟଙ୍କା ଏହିପରି ମୋଟ ୮ ଲକ୍ଷ ୪୧ ହଜାର ୯୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି।

ସେହିପରି ମେ ୫ରୁ ଜିଲ୍ଲାରେ ଲକ୍ଡାଉନ ଜାରି ହୋଇଛି ଏବଂ ୫ରୁ ୯ ମଧ୍ୟରେ ୮୦ ଲିଟର ଦେଶୀ ମଦ ଓ ୧୭.୪୦୫ ଲିଟର ବିଦେଶୀ ମଦ ସହିତ ମାସ୍କ ପିନ୍ଧିନଥିବା ଅଭିଯୋଗରେ ୯୧୫ ଜଣ ଅଭିଯୁକ୍ତମାନଙ୍କ ନିକଟରୁ ୪ଲକ୍ଷ ୪୮ ହଜାର ୨୦୦ ଟଙ୍କା ଜୋରିମାନା, ମୋଟର ଯାନ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ୪ ଲକ୍ଷ ୭୬ ହଜାର ଟଙ୍କା ଜୋରିମାନା ଆଦାୟ ସହିତ ୪୬ ଜଣଙ୍କର ଡିଏଲକୁ ଜବତ, ସାମାଜିକ ଦୂରତା ରକ୍ଷା କରିନଥିବା ଅଭିଯୋଗରେ ୫୪୬ ଜଣ ବ୍ୟବସାୟୀମାନଙ୍କ ନିକଟରୁ ୨ଲକ୍ଷ ୩୫ ହଜାର ୭୦୦ଟଙ୍କା ଜୋରିମାନା ଏବଂ କରୋନା ମାର୍ଗଦର୍ଶିକା ପାଳନ ନ କରି ବିବାହ ଆୟୋଜନ କରିଥିବା ଅଭିଯୋଗରେ ୩ ଜଣଙ୍କ ନିକଟରୁ ୧୩ ହଜାର ଟଙ୍କା ଏହିପରି ମୋଟ ୧୧ଲକ୍ଷ ୭୨ ୯ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇତିବା ବେଳେ ମେ ୧ରୁ ୯ ମଧ୍ୟରେ ମୋଟ ୨୦ ଲକ୍ଷ ୧୪ ହଜାର ୮ ଶହ ୫୦ଟଙ୍କା ଜୋରିମାନା ଆଦାୟ କରାଯାଇଥିବାର ଜଣାପଡ଼ିଛି।