ଭାରତରେ ବନ୍ଦ ହେଲା ଟ୍ୱିଟର ଅଫିସ

ନୂଆଦିଲ୍ଲୀ: ଟ୍ୱିଟର ମାଲିକ ଏଲନ ମସ୍କ ଏବେ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଛଟେଇ ପରେ ମସ୍କ ଏବେ ଟ୍ୱିଟର ଅଫିସ ମଧ୍ୟ ବନ୍ଦ କରୁଛନ୍ତି । ଏହିକ୍ରମେ ଭାରତରେ ଥିବା ୩ଟି ଟ୍ୱିଟର ଅଫିସରୁ ଏବେ ୨ଟି ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି। ଏଥିସହିତ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାପୂର୍ବରୁ ମସ୍କ ଭାରତରେ ପ୍ରଥମେ ୨୦୦ରୁ ଅଧିକ କର୍ମଚାରୀଙ୍କ ମଧ୍ୟରୁ ୯୦୦ ପ୍ରତିଶତ କର୍ମଚାରୀଙ୍କୁ କାଢ଼ି ଦେଇଥିଲେ ।

ସୂଚନାଯୋଗ୍ୟ, ଭାରତରେ ମୁମ୍ବାଇ, ଦିଲ୍ଲୀ ଓ ବାଙ୍ଗାଲୁରୁରେ ଟ୍ୱିଟର ଅଫିସ ଥିଲା । କମ୍ପାନୀ ଏବେ ମୁମ୍ବାଇ ଓ ଦିଲ୍ଲୀ ଅଫିସ ବନ୍ଦ କରିଦେଇଛି । କେବଳ ଭାରତ ନୁହେଁ ଆହୁରି ଅନେକ ଦେଶରେ ଅଫିସ ବନ୍ଦ କରି କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।