ନୂଆଦିଲ୍ଲୀ: ଆରବିଆଇ ୨ ହଜାର ଟଙ୍କିଆ ନୋଟ୍ ନେଇ ବଡ଼ ନିଷ୍ପତ୍ତି ନେଇଛି । ୨ ହଜାର ଟଙ୍କିଆ ନୋଟ୍ ଆଉ ନେଣଦେଣରେ ଉପଯୋଗ ହେବନି କିନ୍ତୁ ଏବେ ଅଚଳ ହେବନି । ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କ ଯାଇ ନୋଟ୍ ବଦଳି କରିପାରିବେ । ନୋଟ୍ ବଦଳାଇବା ପାଇଁ ବ୍ୟାଙ୍କରେ ବ୍ୟବସ୍ଥା ରହିବ ।
ଆରବିଆଇର ବିଜ୍ଞପ୍ତି ଅନୁସାରେ, ୨୦୦୧୮-୨୦୧୯ରେ ହିଁ ୨ହାଜର ଟଙ୍କିଆ ନୋଟ୍ ଛପା ବନ୍ଦ ହୋଇଯାଇଥିଲା । ୨୦୧୬ରେ ନୋଟବନ୍ଦୀ ପରେ ୨ ହଜାର ଟଙ୍କା ଅଣାଯାଇଥିଲା ।