ଟଳିଲେ ୨ ଆତଙ୍କବାଦୀ, କୁମ୍ବିଂ ଅପରରେସନ ଜୋରଦାର

କାଶ୍ମୀରର ଗାନେ୍ଦରବଲ ଅଂଚଳରେ ମଂଗଳବାର ଯବାନ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । କିଛି ଦିନ ହେବ ଜାମ୍ମୁକାଶ୍ମୀର ଗାନେ୍ଦରବଲ ଅଂଚଳରେ ଆତଙ୍କାବାଦୀ ଲୁଚି ରହିଥିବା ଯବାନଙ୍କୁ ଖବର ମିଳିଥିଲା । ଏହା ପରେ ସେପ୍ଟେମ୍ବର ୨୮ରୁ ସେଠାରେ ଯବାନମାନେ କମ୍ବିଂ ଅପେରେସନ ଆରମ୍ଭ କରିଥିଲେ ।

ଆତଙ୍କବାଦୀ ନିଜ ପକ୍ଷରୁ ଗୁଳି ଚାଳନା କରିବାରୁ ଭାରତୀୟ ଯବାନମାନେ ଏହାର ପ୍ରତିଜବାବରେ ଗୁଳି ଚାଳନା କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଏନକାଉଂଟରରେ ୨ଜଣ ଆତଙ୍କବାଦୀ ନିପାତ ହୋଇଥିଲେ । ବର୍ତମାନ ସୁଦ୍ଧା ସେଠାରେ କୁମ୍ବିଂ ଅପେରେସନକୁ ଜୋରଦାର କରାଯାଇଛି ।