ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର କୁପବାଡ଼ାକୁ ଲାଗିଥିବା ନିୟନ୍ତ୍ରଣ ରେଖା(ଏଲଓସି) ପାଖରେ ଭାରତୀୟ ସେନା ଏବଂ ପୁଲିସ ମଧ୍ୟରେ ଜାରି ରହିଥିବା ଅପରେସନରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ କଶ୍ମୀର ଜୋନ ପୁଲିସ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।
ପୁଲିସ ମୁତାବକ, କୁପବାଡ଼ା ଜିଲ୍ଲାର ଡୋବନାର ମଚଲ ଅଞ୍ଚଳରେ ଥିବା ଏଲଓସି ପାଖରେ ଜାରି ରହିଥିବା ଅଭିଯାନରେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ସର୍ଚ୍ଚ ଅପରେସନ ବର୍ତ୍ତମାନ ସୁଦ୍ଧା ଜାରି ରହିଛି । ମୃତ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ ।