ଜମ୍ମୁ-କଶ୍ମୀରର ଅନନ୍ତନାଗ ଅଞ୍ଚଳରେ ୨ ଆତଙ୍କବାଦୀ ନିହତ

ଅନନ୍ତନାଗ,ଏଜେନ୍ସି: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲା ରାଣିପୋରା ଅଞ୍ଚଳରେ ଆଜି ସୁରକ୍ଷାବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ କଶ୍ମୀର ଜୋନ ପୁଲିସ ସୂଚନା ଦେଇଛି। ଏଥିସହିତ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ସେହିପରି ନିହତ ହୋଇଥିବା ୨ ଆତଙ୍କବାଦୀଙ୍କ ପରିଚୟ ମିଳିପାରିନାହିଁ।

ଗତ ୨ ଦିନ ତଳେ ଜମ୍ମୁ-କଶ୍ମୀରର ରଜୌରି ଜିଲ୍ଲା ସୁନ୍ଦରବନି ଅଞ୍ଚଳ ଦାଦଲ ଜଙ୍ଗଲରେ ଦୁଇ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିଲେ। ସେମାନଙ୍କ ନିକଟରୁ ଦୁଇଟି ଏକେ-୪୭ ରାଇଫଲ ଓ ଗୁଳି ଜବତ ହୋଇଥିଲା।