ଏନକାଉଣ୍ଟରରେ ଦୁଇ  ଆତଙ୍କବାଦୀ ନିହତ

ଶ୍ରୀନଗର, ଏଜେନ୍ସି :   କାଶ୍ମୀରର ବଡଗାମ ଜିଲ୍ଲାର ଆରିବାଗ ମଚହାମା ଅଞ୍ଚଳରେ ମଙ୍ଗଳବାର ରାତିରେ ଏନକାଉଣ୍ଟରରେ ଦୁଇ  ଆତଙ୍କବାଦୀଙ୍କ ମୃତ୍ୟୁ   ହୋଇଥିବା ଜଣାପଡିଛି।  ଆତଙ୍କବାଦୀମାନେ ମଧ୍ୟ ଯବାନ ଙ୍କ ଉପରେ  ଗୁଳିଚାଳନା କରିଥିଲେ। ଏହି ଗୁଳି ବିନିମୟ ମଧ୍ୟରେ ଆତଙ୍କବାଦୀମାନେ ଲୁଚି ରହିଥିବା ଘରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା।  ଏଥିରେ ନିହତ ଆତଙ୍କବାଦୀ ଜୈଶ-ଏ-ମହମ୍ମଦର କମାଣ୍ଡର ଥିଲେ। ସୂଚନାଯୋଗ୍ୟ, ଉକ୍ତ ଅଂଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଜାଣିବାପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟରେ କର୍ଡନ କଡାକଡି ହେବା ପରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହା ସହିତ ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଲା ।