ଭୁବନେଶ୍ୱର,ଏନ୍ଏନ୍ଏସ୍: ମନୀଷ ଅନୁରାଗ ମୃତ୍ୟୁ ମିଷ୍ଟ୍ରି। ଖୋଲିଲା ଆଉ ଏକ ରହସ୍ୟ। ଫୁଲବାଣୀ ଟାଉନ ଥାନାରେ ଆତ୍ମସମର୍ପଣ କଲେ ଦୁଇ ସନ୍ଦିଗ୍ଧ। ଦୁଇ ସନ୍ଦିଗ୍ଧ ହେଲେ ଲିଟୁ ଓରଫ ଦିନେଶ ମହାପାତ୍ର ଓ ମୁନା ଓରଫ ମୃତ୍ୟୁଞ୍ଜୟ। ମୃତ୍ୟୁ ପୂର୍ବରୁ ଏହି ଦୁଇ ଜଣ ହୋଟେଲରେ ମନୀଷଙ୍କ ସହ ଥିଲେ। ସନ୍ଦେହରେ ପୁଲିସ ଉଭୟ ଲିଟୁ ଓ ମୁନ୍ନାଙ୍କୁ ଖୋଜୁଥିଲା।
ଆଜି ଉଭୟଙ୍କୁ ଭୁବନେଶ୍ୱର ଆଣି ଅଧିକ ପଚରାଉଚରା କରିବ ପୁଲିସ। ଲିଟୁ ଓ ମୁନ୍ନାଙ୍କୁ ଘଟଣା ଦିନ ଫେରାର କରିବା ଅଭିଯୋଗରେ ହିମାଂଶୁ ନାମକ ଜଣେ ଯୁବକଙ୍କୁ ଅଟକ ରଖିଛି ପୁଲିସ। ସମୁଦାୟ ୪ ଜଣଙ୍କୁ ଅଟକ ରଖି ପୁଲିସ ମନୀଷ ମୃତ୍ୟୁ ରହସ୍ୟ ଖୋଜିବାରେ ଲାଗିଛି। ସେପଟେ ଗତକାଲି ମନୀଷଙ୍କ ମୃତ୍ୟୁ ପୂର୍ବର ଶେଷ ଫଟୋ ସାମ୍ନାକୁ ଆସିଥିଲା।
ପାତ୍ରପଡ଼ା ସାଉଥ୍ ସିଟି ବାର ନିକଟ ରାସ୍ତାରେ ଚାଲି ଯାଉଥିବାର ସିସିଟିଭି ଫଟୋ ସାମ୍ନାକୁ ଆସିଛି। ହୋଟେଲରୁ ବାହାରି ମନୀଷ ସାଙ୍ଗଙ୍କ କାର ନିକଟକୁ ଯାଉଥିବା ବେଳର ଏହି ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ହୋଟେଲରୁ ବାହାରିବା ପରେ ମନୀଷ କୁଆଡ଼େ ଯାଇଥିଲେ, କେମିତି ହୋଇଥିଲା ମୃତ୍ୟୁ, ପୋଖରୀ ପାଖକୁ କେମିତି ଗଲେ ମନୀଷ ତାହାର ସୁରାକ୍ ଖୋଜୁଛି ପୁଲିସ।