ଟୀକା ନେବାପରେ ୨ଛାତ୍ରୀ ଅସୁସ୍ଥ

ବ୍ରହ୍ମପୁର,ଏନ୍ଏନ୍ଏସ୍: ଆଜି ବ୍ରହ୍ମପୁର ମା’ ସରସ୍ଵତୀ ବିଦ୍ୟାମନ୍ଦିର ଶିବାନନ୍ଦ ନଗର ଠାରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟିଡି ଟୀକାକରଣ ଦିଆଯାଉଥିଲା। ପ୍ରଥମେ ଦଶମ ଶ୍ରେଣୀ ଶିଶୁଙ୍କୁ ଦିଆଯାଇଥିଲା। ସେଥିରୁ ଦୁଇଜଣ ସ୍ନେହା ମହାନ୍ତି ଓ ସ୍ରଷ୍ଟା ସତରୂପା ପାଢ଼ୀ ଟୀକା ନେନବାପରେ ସେମାନେ ଅଚେତ ହୋଇପଡିଥିଲେ।

ତୁରନ୍ତ ସେମାନଙ୍କୁ ଏମକେସିଜି ବଡ ମେଡିକାଲ ନିଆଯାଇଥିଲା। ସୁସ୍ଥ ହେବାପରେ ସେମାନେ ଘରକୁ ଫେରିଛନ୍ତି। ଟୀକା ନେବାପରେ ମାନସିକସ୍ତରରେ ଦୁର୍ବଳତା ଯୋଗୁଁ ଏଭଳି ହୋଇଥିବା ଡାକ୍ତର କହିଥିଲେ।