ଚଳନ୍ତା ଟ୍ରେନରୁ ଡେଇଁଲେ ୨ଭଉଣୀ, ଜଣେ ମୃତ

ସୁନ୍ଦରଗଡ଼ ଜିଲ୍ଲାର ହେମଗିର ପଞ୍ଚାୟତ କନିକା କନ୍ୟା ଆଶ୍ରମରେ ସୁକେସିନୀ ମହନନ୍ଦିଆ(୧୪) ପାଠ ପଢ଼ୁଥିଲେ। ତାର ବଡ଼ ଭଉଣୀ ବିଦେଶୀନି ମହନନ୍ଦିଆ(୧୯) ନିଜ ମାମୁଁ ରାମ ପ୍ରସାଦ କୁମ୍ଭାରଙ୍କ ଘରେ ରହୁଥିଲେ। ତାଙ୍କର ମାଆ, ବାପା କିଛି ବର୍ଷ ଆଗରୁ ଆରପାରିକୁ ଚାଲି ଯାଇଛନ୍ତି। ସୁକେସିନୀ କନିକା କନ୍ୟାଶ୍ରମରେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ଦୁହିଁଙ୍କର ନିଜର ଘର ବରଗଡ଼ ଜିଲ୍ଲାର ଭଟଲି ଅଞ୍ଚଳର ଚିକିଲି ଗ୍ରାମରେ।

ସେମାନେ କନିକା ମାମୁଁ ଘରେ ପାସବୁକ ଖୋଲିବା ପାଇଁ ନିଜ ଗାଁକୁ ଯାଇଥିଲେ। କିନ୍ତୁ ସେମାନେ ଭୁଲବଶତଃ ସାଉଥବିହାର ଟ୍ରେନରେ ଚଢ଼ିଯାଇଥିଲେ। ହେଲେ କନିକା ଠାରେ ତାର ଷ୍ଟପେଜ ନ ଥିବାରୁ ଟ୍ରେନ୍ ଅଟକିନଥିଲା। ଏମାନେ କିଛି ବୁଝିନପାରି ଟ୍ରେନରୁ ଡେଇଁ ପଡିଥିଲେ।

ହେଲେ ବିଦେଶୀନି ଡେଇଁଲା ବେଳେ ତାଙ୍କ ମୁଣ୍ଡ ଖୁଣ୍ଟ ବାଜିଯିବାରୁ ଘଟଣା ସ୍ଥଳରେ ହିଁ ବେହୋସ ହୋଇଯାଇଥିଲେ ଓ ସୁକେସିନୀ ସାଇଡରେ ପଡ଼ିଯାଇଥିଲେ। ତାଙ୍କର ମୁଣ୍ଡ, ଆଖି ଓ ଦେହରେ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ହେମଗିର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡ଼ାକ୍ତର ବିଦେଶୀନିଙ୍କୁ ମୃତ ଘୋଷଣା କରିଥିଲେ ଓ ସୁକେସିନୀଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଛି। ତାଙ୍କର ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।