ପାଣିରେ ବୁଡି ୨ ଭଉଣୀ ମୃତ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗାଁରେ ଜମିଥିବା ବର୍ଷା ପାଣିରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତା ଦୁଇ ଭଉଣୀ ହେଲେ ପାଏଲ ବେସ୍ରା ଓ ଝାନସୀ ବେସ୍ରା। ଉଭୟଙ୍କ ବୟସ ୨ରୁ ୩ ବର୍ଷ ହେବ। ସେମାନେ ସମ୍ପର୍କୀୟ ଭଉଣୀ ବୋଲି ଜଣାପଡ଼ିଛି। ଗ୍ରାମବାସୀଙ୍କ କହିବାନୁଯାୟୀ ଗାଁରେ ଏକ ଖାଲରେ ବର୍ଷା ପାଣି ଜାଣିଥିଲା। ପିଲା ଦୁଇଜଣ ଖେଳିବା ସମୟରେ ବୁଡି ଯାଇଥିଲେ। ଉଭୟଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।