ତେଲ ନଦୀ ବ୍ରିଜରୁ ନିଖଜ ହୋଇଥିବା ୨ ଭଉଣୀଙ୍କ ମୃତଦେହ ଠାବ

ଦେଓଗାଁ, ସଇଁତଳା: ତେଲ ନଦୀ ବ୍ରିଜରୁ ନିଖୋଜ ହୋଇଥିବା ୨ ଭଉଣୀଙ୍କ ମୃତଦେହ ଠାବ ହୋଇଛି। ସକାଳେ ସାନ ଭଉଣୀର ଓ ଏବେ ବଡ଼ ଭଉଣୀର ମୃତଦେହ ମିଳିଛି। ବଡ଼ ଭଉଣୀ ଅନମୋଲ ଅଗ୍ରୱାଲଙ୍କ ମୃତଦେହ ବୌଦ୍ଧ ଜିଲ୍ଲାର ଜୁହ୍ନାପଙ୍କ ନିକଟ ମହାନଦୀ ଘାଟରୁ ଠାବ କରାଯାଇଛି। ସକାଳେ ତରଭାସିଂଘାରୀ ପଞ୍ଚାୟତ ବଡ଼ତେଣ୍ଡା ନଦୀ କୂଳରୁ ସାନ ଭଉଣୀ ଆଞ୍ଚଲଙ୍କ ମୃତଦେହ ମିଳିଥିଲା।

ସୂଚନାଯୋଗ୍ୟ, ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ତେଲ ନଦୀ ବ୍ରିଜରେ ସ୍କୁଟି ରଖି ୨ ଭଉଣୀ ନିଖୋଜ ହୋଇ ଯାଇଥିଲେ। ଉକ୍ତ ଘଟଣାରେ ୩ଦିନ ଧରି ଖୋଜାଖୋଜି କଲା ପରେ ଓଡ୍ରାଫ ଟିମ୍ ଫେରିଯାଇଥିଲା। ହେଲେ ଆଜି ଅନମୋଲ ଓ ଆଞ୍ଚଳ ଅଗ୍ରୱାଲଙ୍କ ମୃତଦେହ ମିଳିଥିବାବେଳେ ଦୁହିିଁଙ୍କ ଆତ୍ମହତ୍ୟା ଘଟଣାକୁ ପରିବାର ଲୋକେ ବିଶ୍ୱାସ କରି ପାରୁନଥିବା କହିଛନ୍ତି। ଦୁହିିଁଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ ରହିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହି ଘଟଣାର କିଛି ରହସ୍ୟ ଉପରୁ ପରଦା ଉଠିବ। କିନ୍ତୁ ଏହା ଦୁର୍ଘଟଣା, ଆତ୍ମହତ୍ୟା ନା ପ୍ରେମ ପ୍ରତାରଣାର କରୁଣ ପରିସ୍ଥିତି ସେସବୁ ଏବେ କେବଳ ଚର୍ଚ୍ଚାର ବିଷୟ ସାଜିଛି। ତୁଷୁରା ଓ ବଲାଙ୍ଗିର ପୁଲିସ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଗୋଟିଏ ଦିନରେ ଗୋଟିଏ ସ୍ଥାନରେ ଦୁଇ ଭଉଣୀଙ୍କ ଏପରି ଦୁଃଖଦ ମୃତ୍ୟୁକୁ ନେଇ ପରିବାର ଭାଙ୍ଗି ପଡ଼ିଛି।