ଆସନ୍ତା ୧୨ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ। କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଭିଡିଓ କ୍ଲିପିଂ ମାଧ୍ୟମରେ ମଧ୍ୟାହ୍ନ ୧୨ଟା ୩୦ରେ ସିଏଚଏସଇ ଅଫିସରେ ଫଳାଫଳ ବାହାରିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଏଥିସହିତ ଅଗଷ୍ଟ ତୃତୀୟ ସପ୍ତାହରେ ବାଣିଜ୍ୟ ଓ ଶେଷ ସପ୍ତାହରେ କଳା ଫଳାଫଳ ପ୍ରକାଶ ପାଇବ ବୋଲି ଶ୍ରୀ ଦାଶ କହିଛନ୍ତି।