୨ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ଆଇଏଏସ୍ ଅଫିସର

ଗୁଣପୁର,ଏନ୍ଏନ୍ଏସ୍: ମୋ ସ୍କୁଲ ଯୋଜନାରେ ରାଜ୍ୟ ସରକାରଙ୍କ ୨ ବରିଷ୍ଠ ଆଇଏଏସ୍ ଅଫିସର ରାୟଗଡ଼ା ଜିଲ୍ଲା ଗୁଣପୁର ଅଞ୍ଚଳର ୨ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ରାୟଗଡ଼ାର ପୂର୍ବତନ ଜିଲ୍ଲାପାଳ ତଥା ଏବେକାର ଏସି, ଏସଟି ବିଭାଗ ନିର୍ଦ୍ଦେଶକ ଗୁହା ପୁନମ୍ ତାପସ କୁମାର ଡମ୍ବସରା ବାଳିକା ଆଶ୍ରମ ବିଦ୍ୟାଳୟକୁ ନେଇଛନ୍ତି। ଗୁଣପୁରର ପୂର୍ବତନ ଉପଜିଲ୍ଲାପାଳ ତଥା ବର୍ତ୍ତମାନ ସାଧାରଣ ପ୍ରଶାସନ ବିଭାଗ ଯୁଗ୍ମ ସମ୍ପାଦକ ଥିବା ମହମ୍ମଦ ସାଦିକ୍ ଆଲାମ୍ ଗୁଣପୁର ସରକାରୀ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲରୂପେ ଆପଣାଇଥିବା ସୂଚନା ମିଳିଛି।