ଲୁଟେରା ଗ୍ୟାଙ୍ଗର ଦୁଇ ଗିରଫ, ୧ ଲକ୍ଷ ଟଙ୍କା ଜବତ

ରାୟଗଡ଼ା,ଏନ୍ଏନ୍ଏସ୍ : ଚଳିତବର୍ଷ ରାୟଗଡ଼ା ସହରର ବିଭିନ୍ନ ସ୍ଥାନରେ ହୋଇଥିବା ଲୁଟ୍ ଘଟଣାରେ ପୁଲିସ ଦୁଇ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୧ଲକ୍ଷ ଟଙ୍କା ଜବତ କରାଯାଇଛି। ସୂଚନାଯୋଗ୍ୟ, ଲୁଟର ଶିକାର ହୋଇଥିବା ରାୟଗଡା ସହରର ଏନ୍ ଭବାନୀ ପ୍ରସାଦ ରାଓ, ଇଶ୍ୱର ଗୋପାଳ ଚେଟୀ ଏବଂ ଜେକେପୁର ବାସିନ୍ଦ ପ୍ରଶାନ୍ତ କୁମାର କାମ୍ବା ରାୟଗଡା ଥାନାରେ ଅଭିଯୋଗ କରିଥିଲେ। ଏନେଇ ରାୟଗଡା ଥାନାରେ ପୃଥକ୍ ପୃଥକ୍ ଭାବେ ୩ଟି ମାମଲା ରୁଜୁ ହୋଇଥିଲା। ରାୟଗଡ଼ା ପୁଲିସ ତରଫରୁ ଆରମ୍ଭ ହୋଇଥିଲା। ଉକ୍ତ ଲୁଟେରାମାନେ ପୁଣି ଥରେ ଲୁଟ୍ କରିବା ପାଇଁ ରାୟଗଡା ଆସିଥିବାବେଳେ ଲୁଟେରା ଗ୍ୟାଙ୍କର ୨ ସଦସ୍ୟ ଆଲୁ ରବି ଏବଂ ଆଲୁ ପରମେଶ ପୁଲିସ ହାବୁଡରେ ପଡିଥିଲେ। ଦୁହିଁଙ୍କ ଘର ଗଞ୍ଜାମ ଜିଲ୍ଲା ଆସ୍କା ଅନ୍ତର୍ଗତ ଦୁଃଖିନି ଏରାଗୋଲ କ୍ୟାମ୍ପର ବୋଲି ଜଣାପଡିଛି। ଅଧିକ ପଚରାଉଚରା ପରେ ଫେବୃୟାରୀ, ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ହୋଇଥିବା ଲୁଟ୍ ଘଟଣାରେ ସମ୍ପକ୍ତ ଥିବା ସହ ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟ କରିଥିବା ସ୍ୱୀକାର କରିଥିଲେ। ପୋଲିସ ସେମାନଙ୍କ ଠାରୁ ୧ ଲକ୍ଷ ଟଙ୍କା ଜବତ କରିବା ସହ ଲୁଟର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କୁ ରାୟଗଡା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ପ୍ରଦାନ କରିଛନ୍ତି। ଏ ନେଇ ରାୟଗଡା ଥାନାରେ ପୃଥକ୍ ପୃଥକ୍ ଭାବେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।