ଦେବଗଡ଼,ଏନ୍ଏନ୍ଏସ୍: ରାଜ୍ୟରେ ମୋଟ ୬୪ ଜଣ ପୁଲିସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପଦକ ମିଳିବାକୁ ଥିବା ବେଳେ ଏଥିରେ ଦେବଗଡ଼ର ୨ ପୁଲିସ ଅଧିକାରୀଙ୍କ ନାମ ରହିଛି। ୫ଟି ଅଧୀନରେ ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କରିବା ସହ ଅପରାଧ ନିୟନ୍ତ୍ରଣ ଏବଂ ଜନସାଧାରଣଙ୍କ ସହ ସୁସମ୍ପର୍କ ସ୍ଥାପନ ପାଇଁ ରାଜ୍ୟରେ ପ୍ରଥମ ଥର ଏହି ପଦକ ପ୍ରଦାନ କରାଯାଉଛି।
ମୁଖ୍ୟମନ୍ତ୍ରୀ ପଦକ ପାଇଁ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ବାରକୋଟ ଥାନା ଅଧିକାରୀ କନକ କୁମାର ମାଝୀ ଏବଂ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ ଥିବା ମହିଳା ଇନ୍ସପେକ୍ଟର ଲଳିତା ପ୍ରଧାନଙ୍କୁ ୨୦୨୦-୨୧ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦକ ପ୍ରଦାନ କରାଯିବ। ଏ ସମ୍ପର୍କରେ ଏସପି ରାଜକିଶୋର ପାଇକରାୟଙ୍କ ଠାରୁ ସୂଚନା ମିଳିଛି।