ଟିମ ଇଣ୍ଡିଆର ଆଉ ୨ ଖେଳାଳି କରୋନା ଆକ୍ରାନ୍ତ

  • ନୂଆଦିଲ୍ଲୀ: କରୋନା କବଳରେ ଟିମ ଇଣ୍ଡିଆର ଆଉ ୨ ଖେଳାଳି। ଭାରତ ଓ ଶ୍ରୀଲଙ୍କା ସିରିଜର ୩ୟ ମ୍ୟାଚ ଗୁରୁବାର ଖେଳାଯାଇଥିଲା। ଏବେ ମିଳିଥିବା ସୂଚନା ଅନୁସାରେ ଟିମ୍ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୃଷ୍ଣପ୍ପା ଗୌତମ କରୋନା ସଂକ୍ରମିତ ହୋଇଛନ୍ତି। ଯୁଜଭେନ୍ଦ୍ର ଚହଲ ଓ କୃଷ୍ଣପ୍ପା ଗୌଥମ ଅଲାରାଉଣ୍ଡର କ୍ରୁନୂଆଦିଲ୍ଲୀ: ଟିମ ଇଣ୍ଡିଆର ଖେଳାଳିଙ୍କୁ ସଂକ୍ରମିତ କରୁଛି ମହାମାରୀ କରୋନା । ଭାରତ ଓ ଶ୍ରୀଲଙ୍କା ସିରିଜର ୩ୟ ମ୍ୟାଚ ଗୁରୁବାର ଦିନ ଖେଳାଯାଇଥିଲା । ଏବେ ମିଳିଥିବା ସୂଚନା ଅନୁସାରେ ଟିମ୍ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୃଷ୍ଣପ୍ପା ଗୌତମ କରୋନା ସଂକ୍ରମିତ ହୋଇଛନ୍ତି। ଯୁଜଭେନ୍ଦ୍ର ଚହଲ ଓ କୃଷ୍ଣପ୍ପା ଗୌଥମ ଅଲାରାଉଣ୍ଡର କୃଣାଲ ପାଣ୍ଡ୍ୟାଙ୍କ ସମ୍ପର୍କରେ ଥିଲେ। ଏହି ୨ ଖେଳାଳି ଶ୍ରୀଲଙ୍କା ଗସ୍ତରେ ଟିମ ଇଣ୍ଡିଆର ଅଂଶୀଦାର ଥିଲେ। ପାଣ୍ଡ୍ୟା ୨୭ ଜୁଲାଇରେ କରୋନା ପଜିଟିଭ ହୋଇଥିଲେ। ବର୍ତ୍ତମାନ ୩ ଦିନ ପରେ ୟୁଜବେନ୍ଦ୍ର ଚହଲ ଏବଂ କୃଷ୍ଣପ୍ପା ଗୌତମ ପଜିଟିଭି ଚିହ୍ନଟ ହୋଇଛନ୍ତି। ଚହଲ ଏବଂ ଗୌତମଙ୍କ ବ୍ୟତୀତ ହାର୍ଦ୍ଦିକ, ସୂର୍ଯ୍ୟକୁମାର, ପୃଥ୍ୱୀ ଶ, ମନୀଷ ପାଣ୍ଡେ ଏବଂ ଇଶାନ ଶିଷନ ପାଣ୍ଡ୍ୟାଙ୍କ ସସ୍ପର୍ଶରେ ଆସିଥିଲେ। ହେଲେ ଏମାନଙ୍କର ରିପୋର୍ଟ ନେଗେଟିଭ ଆସିଥିଲା।