ବାଲେଶ୍ୱର,ଏନ୍ଏନ୍ଏସ୍: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ରାଜ୍ୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ଼ର ୨ ଅଧିକାରୀ। ଜଣେ ବାଲେଶ୍ୱର ଜିଲ୍ଲା ଆଞ୍ଚଳିକ ପଲ୍ୟୁସନ ବିଭାଗ ଅଧିକାରୀ ହୋଇଥିବା ବେଳେ ଅନ୍ୟ ଜଣେ ମଧ୍ୟ ରାଉରକେଲା ଆଞ୍ଚଳିକ ପଲ୍ୟୁସନ ଅଧିକାରୀ। ବାଲେଶ୍ୱର ଜିଲ୍ଲା ଆଞ୍ଚଳିକ ପଲ୍ୟୁସନ ବିଭାଗ ଅଧିକାରୀ ନରୋତ୍ତମ ବେହେରାଙ୍କୁ ଟାଙ୍ଗୀ ଛକ ଗେଟ୍ ନିକଟରେ ଧରିଛି ଭିଜିଲାନ୍ସ। ତାଙ୍କଠାରୁ ୮୯ ହଜାର ନଗଦ ଟଙ୍କା ଜବତ କରାଯାଇଛି। ପରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ନରୋତ୍ତମ ବେହେରାଙ୍କ ବାସଭବନରେ ଚଢ଼ଉ କରଯାଇଛି। ତାଙ୍କ ଘରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ମଧ୍ୟ ଜବତ କରିଛି ପୁଲିସ।
ସେହିପରି ଆଉ ଜଣେ ରାଉରକେଲା ଆଞ୍ଚଳିକ ପଲ୍ୟୁସନ ଅଧିକାରୀ ଡ. ପି.କେ ମହାପାତ୍ର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ରାଉରକେଲାରୁ ଭୁବନେଶ୍ୱର ଘରକୁ ଫେରୁଥିବାବେଳେ ଭିଜିଲାନ୍ସ ଚଢ଼ଉ କରିଛି। ତାଙ୍କ ଠାରୁ ୧ ଲକ୍ଷ ୭୫ ହଜାର ନଗଦ ଟଙ୍କା ଜବତ କରାଯାଇଛି। ଏହାପରେ ଭୁବନେଶ୍ୱର ସୁନ୍ଦରପଦାରେ ଥିବା ତାଙ୍କ ବାସଭବନ ଉପରେ ଚଢ଼ଉ କରାଯାଇଛି।