ସଡ଼କ ଦୁର୍ଘଟଣାରେ ୨ ଏନଟିପିସି କର୍ମଚାରୀ ମୃତ

ସୁନ୍ଦରଗଡ,ଏନ୍ଏନ୍ଏସ୍: ସୁନ୍ଦରଗଡ ସ୍ର ଥାନା ନିକଟସ୍ଥ ବାଲିଜୋରି ଛକଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଏନଟିପିସି ଦର୍ଲିପାଲି ପାଓାର ପ୍ଲାଣ୍ଟ ପ୍ରୋଜେକ୍ଟରେ କାର୍ଯ୍ୟରତ ୨ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତ ୨ ଜଣ ହେଲେ ଗୋରଖପୁର ଅଞ୍ଚଳର ସଶ୍ମିତା କବିରାଜ ଏବଂ ବିଲାସପୁରର ସୁର୍ଯ୍ୟକାନ୍ତ। କୌଣସି କାମ ପାଇଁ ସୁନ୍ଦରଗଡ ଆସି ଏକ ବାଇକରେ ଦର୍ଲିପାଲି ଫେରୁଥିବା ସମୟରେ ଏମସିଏଲର କୁଲଡା କୋଇଲା ଖଣିରୁ ଆସୁଥିବା ସାହିଲ ରୋଡ ଲାଇନ୍ସର କୋଇଲା ବୋଝେଇ ୧୨ ଚକିଆ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବାପରେ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ତେବେ ଘଟଣା ପରେ ଗାଡି ଡ୍ରାଇଭର ଫେରାର ଥିବାବେଳେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।