ଭୁବନେଶ୍ୱରରୁ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ, ୪ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜଧାନୀରେ ପୁଣି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିସହ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଥିବା ବେଳେ ୫୯ ଜଣ ସୁସ୍ଥ ହୋଇଛନ୍ତି। ଏଥିସହ ୪୦ ଜଣ ଚିକିତ୍ସାଧୀନ ଥିବା ବେଳେ ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଆପୋଲ ହସ୍ପିଟାଲର ୪୬ ବର୍ଷୀୟା ମହିଳା କର୍ମଚାରୀ ରହିଛନ୍ତି। ସେହିପରି ଅନ୍ୟ ଜଣେ ନୟାପଲ୍ଲୀ ଅଞ୍ଚଳର ୩୦ ବର୍ଷର ଯୁବକ ଯିଏକି ନିଜ ପରିବାର କୋଭିଡ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ଦିଆଯାଇଛି।

ସେହିପରି ଭୁବନେଶ୍ୱରରୁ ସୁସ୍ଥ ହୋଇଥିବା ୪ ଜଣଙ୍କ ମଧ୍ୟରେ:-
-ଜିଜିପି କଲୋନୀ ଅଞ୍ଚଳ ବାଲିପଠା ବସ୍ତିର ଜଣେ ୪୦ ବର୍ଷର ପୁରୁଷ।
-ଘଟିକିଆ ଅଞ୍ଚଳ କଳିଙ୍ଗ ଷ୍ଟୁଡିଓ ବସ୍ତିର ଜଣେ ୨୬ ବର୍ଷର ଯୁବକ।
-ଡୁଡୁମା ଅଞ୍ଚଳର ରଘୁନାଥ ନଗରର ଜଣେ ୫୦ ବର୍ଷର ପୁରୁଷ।
-ନୟାଗଡ଼ ଜିଲ୍ଲାର ସ୍ଥାୟୀ ଭୁବନେଶ୍ୱର ବାସିନ୍ଦା ଜଣେ ୩୭ ବର୍ଷୀୟ ପୁରୁଷ।